ମୋ ଗାଁ ମନ୍ଦିର - ଉମାକାନ୍ତ ଦଲେଇ




ଶୁଭ ସକାଳର ବାରତା ଦିଅଇ

ମୋ ଗାଁ' ମନ୍ଦିର ଘଣ୍ଟି,

ଆଧ୍ୟାତ୍ମିକ କରେ ଗ୍ରାମ୍ୟ ପରିବେଶ

ଝୁଣା,ଧୂପ ବାସ ଫେଣ୍ଟି |


ବ୍ରାହ୍ମମୁହୂର୍ତ୍ତରୁ ତାହାରି କୋଳରେ

ମା' ମୋର ଦୁଃଖ ଢାଳେ,

ମାନସିକ ରଖି ଉପବାସ କରି

ଅଶ୍ରୁ-ଘୃତ ଦୀପ ଜାଳେ |


ରୋଗାଗ୍ରସ୍ତ ହେଲେ ପୀଡା ଦୂର କରେ

ତା' ଟୋପେ ପାଦୁକ ପାଣି,

ତାହାରି ପ୍ରସାଦୁ ମୋ ଗ୍ରାମେ ଜନ୍ମିଲେ

କେତେ ସାଧୁ,ସନ୍ଥ, ଗୁଣି |


ଶୁଭ୍ର ନେତ ତାର ଚେତାଏ ଆମକୁ

ଚନ୍ଦ୍ର ଓ ବିନ୍ଦୁର ତତ୍ତ୍ୱ,

କାନେ କାନେ କୁହେ ଅରଜିବ ଯଶ

ହେଲେ ପିତୃ-ମାତୃ ଭକ୍ତ |



ଉମାକାନ୍ତ ଦଳାଇ 

ଜଗନ୍ନାଥପୁର, ଭୂଷଣ୍ଡପୁର, ଟାଙ୍ଗୀ, ସିଙ୍ଗିପୁର, 

ଜି. - ଖୋର୍ଦ୍ଧା ( 752021)

ସମ୍ପର୍କ : 7735068090



Post a Comment

0 Comments